ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ଲଜ୍ଜା । ୭ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଅଭିଯୁକ୍ତ ଫେରାର । ୭ ବର୍ଷର ନାବାଳିକା ଜଣଙ୍କ ଘର ପାଖକୁ ତାଳ ସଜ ଗୋଟାଇ ବାକୁ ଯାଇଥିବା ବେଳେ ତାଙ୍କୁ ଦୁଷ୍କର୍ମ କରି ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଦୁର୍ବୃତ୍ତମାନେ ନାବାଳିକାକୁ ଦୁଷ୍କର୍ମ କରିବା ପରେ ଗ୍ରାମଠାରୁ କିଛି ଦୂରରେ ତାଳ ପତ୍ର ଘୋଡେଇ ଫେରାର ହୋଇଯାଇଥିଲେ । ଶିଶୁକନ୍ୟାକୁ ପ୍ରଥମେ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ ଓ ପରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଶିଶୁକନ୍ୟା ଜଣକ ଶନିବାର ସନ୍ଧ୍ୟାରେ ଖେଳୁଥିବା ବେଳେ ଦୁର୍ବୃତ୍ତମାନେ ନିଶାସକ୍ତ ହୋଇ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ରବିବାର ଘଟଣାଟି ଲୋକଲୋଚନକୁ ଆସିବା ପରେ ପୋଲିସ ଘଟଣାର ତଦନ୍ତ କରୁଛି।