ପୁଣି ଚର୍ଚ୍ଚାରେ ବଚ୍ଚନ ପରିବାରର ଷ୍ଟାର ଦମ୍ପତି ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ହେଲେ ଏଥର ଛାଡ଼ପତ୍ର ନୁହେଁ, ବରଂ ଦୁଇଜଣ ଏକାଠି ହେବାର ଖବରକୁ ନେଇ ଚର୍ଚ୍ଚା। ୨୦୦୭ରେ ଦୁହେଁ ବିବାହ କରିଥିଲେ ଏବଂ ବିବାହର ୪ ବର୍ଷ ପରେ ଉଭୟ ଝିଅ ଆରାଧ୍ୟାଙ୍କ ପିତାମାତା ହୋଇଥିଲେ। ଆରାଧ୍ୟା ସବୁବେଳେ ତାଙ୍କ ମାଆର ନଜର ଆସନ୍ତି । କିନ୍ତୁ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଦୀର୍ଘ ଦିନ ଧରି ସେମାନଙ୍କ ସମ୍ପର୍କ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି। ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ ସେମାନଙ୍କ ସମ୍ପର୍କ ଖରାପ ହୋଇଯାଇଛି ଏବଂ ଉଭୟ ଖୁବ ଶୀଘ୍ର ପରସ୍ପରକୁ ଛାଡପତ୍ର ଦେବାକୁ ଯାଉଛନ୍ତି।କୁହାଯାଉଛି, ଦୁହିଁଙ୍କୁ ଏକାଠି ନେଇ ପୁଣି ଏକ ଫିଲ୍ମ କରିବାକୁ ଯାଉଛନ୍ତି ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ମଣି ରତ୍ନମ। ଏହା ପୂର୍ବରୁ ୨୦୦୭ରେ ମଣି ରତ୍ନମଙ୍କ ଫିଲ୍ମ ‘ଗୁରୁ’ରେ ଅଭିଷେକ-ଐଶ୍ୱର୍ଯ୍ୟା ଏକାଠି କାମ କରିଥିଲେ। ୨୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଫିଲ୍ମରେ ଉଭୟ ଧମାଲ କରିଥିଲେ। ଏହାପରେ ଏହି ଯୋଡ଼ି ଏକାଠି ଫିଲ୍ମ ‘ରାବଣ’ରେ ଅଭିନୟ କରିଥିଲେ। ଏବେ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ମଣି ରତ୍ନମ ଦୁହିଁଙ୍କୁ ନେଇ ତୃତୀୟ ଫିଲ୍ମର ଯୋଜନା କରିଥିବା ଜଣାପଡ଼ିଛି। ତେବେ ଏହି ଖବର ନିଶ୍ଚିତ ହେଲେ ଛାଡ଼ପତ୍ର ଗୁଜବରେ ବ୍ରେକ୍ ଲାଗିପାରେ ବୋଲି ମଧ୍ୟ କୁହାଯାଉଛି।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ ।