ସୁପରଷ୍ଟାର ଆମିର ଖାନ । ମିଷ୍ଟର ପରଫେକ୍ସନିଷ୍ଟ ଭାବେ ଖ୍ୟାତ । ‘ଲାଲ ସିଂ ଚଢ୍ଡା’ ପରଠୁ ସେ ଫିଲ୍ମ ପରଦାରୁ ନିଜକୁ ଦୂରେି ରଖିଛନ୍ତି । ଦୀର୍ଘଦିନ ଧରି କୌଣସି ଫିଲ୍ମରେ କାମ କରିନାହାଁନ୍ତି ସେ । ଆଗକୁ ବୋଧହୁଏ ତାଙ୍କର କୌଣସି ଫିଲ୍ମ ଆସିପାରେ ।ନିକଟରେ ଏକ ସାକ୍ଷାତକାର ଦେଇଥିଲେ ଆମିର। ଏଥିରେ ସେ ଜୀବନ ଏବଂ ମୃତ୍ୟୁକୁ ନେଇ ବଡ଼ ବୟାନ ଦେଇଛନ୍ତି। ହୋଇପାରେ କାଲି ମୋର ଶେଷ ଦିନ ହୋଇଥିବ… ଅଭିନେତାଙ୍କ ଏଭଳି କଥା ଚର୍ଚ୍ଚାରେ ରହିଛି। କେବଳ ଏତିକି ନୁହେଁ ଅଭିନେତା ନିଜର ଫିଲ୍ମକୁ ନେଇ ମଧ୍ୟ ବହୁତ କିଛି କହିଛନ୍ତି।ଆମିର ଖାନ କହିଛନ୍ତି ଯେ ମୁଁ ବୃଦ୍ଧ ହୋଇଯାଉଛି । ତେଣୁ ମୁଁ ପରିଶ୍ରମୀ ଏବଂ ଦକ୍ଷ ପିଲାମାନଙ୍କୁ ସୁଯୋଗ ଦେବାକୁ ଚାହୁଁଛି । ମୁଁ ୭୦ ବର୍ଷ ବୟସରେ ଅବସର ନେବା ପୂର୍ବରୁ, ମୁଁ ପ୍ରତିଭାବାନ ବ୍ୟକ୍ତିଙ୍କ ପାଇଁ ଏକ ପ୍ଲାଟଫର୍ମ ନିର୍ମାଣ କରିବାକୁ ଚାହୁଁଛି । କେବଳ ଏତିକି ନୁହେଁ ଆମିର ଏହା ମଧ୍ୟ କହିଛନ୍ତି ଯେ ଯଦି ପୁଅ ଜୁନୈଦ ଏବଂ ଝିଅ ଆୟରା ଖାନ ସେଠାରେ ନଥାନ୍ତେ, ତେବେ ସେ ଅଭିନୟ ଛାଡିଥାନ୍ତେ । ୨୦୨୨ ମସିହାରେ ‘ଲାଲ ସିଂ ଚଢ୍ଡାା’ର ସୁଟିଂ ସମୟରେ ଆମିର ଫିଲ୍ମରୁ ଅବସର ନେବାକୁ ଯୋଜନା କରିଥିଲେ ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।