ପୃଥିବୀରେ ବହୁତ କମ୍ ଲୋକ ଫେବୃଆରୀ ୨୦୨୬ରେ ହେବାକୁ ଥିବା ଅନନ୍ୟ ସୂର୍ଯ୍ୟପରାଗ କୁ ଦେଖିପାରିବେ। ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ। ତେବେ ସୂର୍ଯ୍ୟପରାଗ ସୂର୍ଯ୍ୟକୁ ପ୍ରାୟ ୯୬ ପ୍ରତିଶତ ଗ୍ରାସ କରିବାକୁ ଥିବା ବେଳେ ଅବଶିଷ୍ଟ ଅଂଶ ଏକ ରିଙ୍ଗ ବା ମୁଦି ସଦୃଶ ଦୃଶ୍ୟମାନ ହେବ । ମାତ୍ର ୨ମିନିଟ ୨୦ ସେକେଣ୍ଡ ପାଇଁ ଏହି ବିରଳ ଦୃଶ୍ୟ ଦୃଶ୍ୟମାନ ହେବ । ଏହି ସମୟରେ ଚନ୍ଦ୍ର ସୂର୍ଯ୍ୟଙ୍କ ସାମ୍ନାକୁ ଆସିବ, କିନ୍ତୁ ସୂର୍ଯ୍ୟଙ୍କ ଧାରକୁ ଘେରି ଉଜ୍ଜ୍ୱଳ ଆଲୋକର ଏକ ବଳୟ ଦେଖାଯିବ ।ଆଣ୍ଟାର୍କଟିକାରେ ଅବସ୍ଥାପିତ କିମ୍ବା ବିରଳ ସମୁଦ୍ର ଯାତ୍ରାରେ ଥିବା କିଛି ଗବେଷକ ଏହାକୁ ସିଧାସଳଖ ଦେଖିପାରିବେ। ବଳୟକାର ପରାଗ ୧୧;୪୬ UTC ରେ ଆରମ୍ଭ ହେବ ଏବଂ ୨ ମିନିଟ୍ ୧ ସେକେଣ୍ଡ ପାଇଁ ରହିବ। ଦ୍ୱିତୀୟ ସ୍ଥାନ, ରୁଷର ମିର୍ନି ଷ୍ଟେସନ, ଏହି ଘଟଣା ୧୨.୦୭ UTC ରେ ଅନୁଭବ କରିବ ୧ ମିନିଟ୍ ଏବଂ ୫୨ ସେକେଣ୍ଡ ପର୍ଯ୍ୟନ୍ତ ରହିବ।
ଫେବ୍ରୁଆରୀ ୧୭ରେ ଦେଖାଯିବ ସୂର୍ଯ୍ୟପରାଗ
By madhulekha1 Min Read
