ଡିଆରଡିଏ ମହିଳା ୱାସରୁମରେ ଲଗାଇଯାଇଥିଲା ସିକ୍ରେଟ କ୍ୟାମେରା। କ୍ୟାମେରା ଉଦ୍ଧାର ହେବା ପରେ ଏବେ ଚାଞ୍ଚଲ୍ୟ। ଏଭଳି ଘଟଣା ଘଟଣା ଘଟିଛି ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳରେ। ଘଟଣା ଜଣାପଡିବା ପରେ ତିର୍ତ୍ତୋଲ ଥାନାରେ ଏତଲା ଦିଆଯାଇଛି।ଏତଲା ପାଇ ପୋଲିସ କ୍ୟାମେରା ଟିକୁ ଜବତ କରି ତଦନ୍ତ ଚଳାଇଛି ।ଗତ ୨୫ତାରିଖ ଦିନ ଡିଆରଡିଏର ଜଣେ ମହିଳା କର୍ମଚାରୀ ୱାସରୁମ ଯାଇଥିବା ବେଳେ କ୍ୟାମେରାଟି ଖସି ପଡ଼ିଥିଲା। ତାକୁ ଦେଖି ମହିଳା ଜଣକ ଅତିରିକ୍ତ ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। ପରେ ଗତ ୨୬ତାରିଖ ଦିନ ଏନେଇ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ତିର୍ତ୍ତୋଲ ଥାନାରେ ଏତଲା ଦେଇଥିଲେ। ପରେ ପୋଲିସ ଡିଆରଡିଏ କାର୍ଯ୍ୟାଳୟର ପହଂଚି ତଦନ୍ତ ଚଳାଇଛି।
ସରକାରୀ ଅଫିସ୍ରେ ବି ମହିଳା ଅସୁରକ୍ଷିତ ! ଡିଆରଡିଏ ମହିଳା ୱାସ ରୁମରେ ସିକ୍ରେଟ କ୍ୟାମେରା
By madhulekha1 Min Read
