ସଡ଼କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ। ବେଆଇନ ପାର୍କିଂ ଉପରେ ରୋକ୍: ଜାତୀୟ ରାଜପଥରେ ଭାରୀ କିମ୍ବା ବ୍ୟବସାୟିକ ଯାନଗୁଡ଼ିକ ଏଣିକି ଯେଉଁଠି ସେଇଠି ପାର୍କିଂ କରିପାରିବେ ନାହିଁ। କେବଳ ନିର୍ଦ୍ଧାରିତ ସ୍ଥାନରେ ହିଁ ପାର୍କିଂ କରିବାକୁ ଅନୁମତି ମିଳିବ।ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯିବ। ଏହି ଟିମ୍ ନିୟମିତ ଭାବେ ସଡ଼କ ସୁରକ୍ଷାର ସମୀକ୍ଷା କରିବେ। NHAI କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ପ୍ରତି ୭୫ କିଲୋମିଟର ବ୍ୟବଧାନରେ ଆମ୍ବୁଲାନ୍ସ ଏବଂ ରିକଭରି କ୍ରେନ୍ ମୁତୟନ କରାଯିବ। ଆସନ୍ତା ୪୫ ଦିନ ମଧ୍ୟରେ ସମସ୍ତ ଦୁର୍ଘଟଣାପ୍ରବଣ ସ୍ଥାନ ବା ‘Blackspots’ ଚିହ୍ନଟ କରି ସେଠାରେ ହାଇ-ଇଣ୍ଟେନସିଟି ଲାଇଟ୍ ଏବଂ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।ଜାତୀୟ ରାଜପଥର ମଧ୍ୟ ଭାଗରୁ ୪୫ ମିଟର ପର୍ଯ୍ୟନ୍ତ କୌଣସି ଆବାସିକ, ୭୫ ମିଟର ପର୍ଯ୍ୟନ୍ତ କୌଣସି ବ୍ୟାବସାୟିକ ପ୍ରତିଷ୍ଠାନ ନିର୍ମାଣ ହେବନି କି ଏଥିପାଇଁ ଜମିର କିସମ ପରିବର୍ତ୍ତନ ହେବନି। ଏନେଇ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିବାକୁ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ସଡ଼କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ।ଜାତୀୟ ରାଜପଥରେ ହୋଇପାରିବନି ବେଆଇନ ପାର୍କିଂ
By madhulekha1 Min Read
