ଚଳିତ ବର୍ଷ ପୁରୀ ଚନ୍ଦନ ଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀରେ ଫୁଟିବନି ବାଣ । ଆସନ୍ତା ୨୦ ତାରିଖରେ ଚନ୍ଦନଯାତ୍ରା ଥିବାରୁ ଏହାକୁ ନେଇ ପୁରୀ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁରୀ ଏସପି ପ୍ରତୀକ ସିଂଙ୍କ ସୂଚନା ଅନୁଯାୟୀ, ନରେନ୍ଦ୍ର ପୁଷ୍କରିଣୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ସମ୍ପୂର୍ଣ୍ଣ ଅଞ୍ଚଳ ସିସିଟିଭି ବଳୟ ମଧ୍ୟରେ ରହିବ। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ବିମାନ ବାହାରି ନରେନ୍ଦ୍ର ପୁଷ୍କରିଣୀ ଆସିବା ସମୟରେ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ସୁରକ୍ଷା ଦାୟିତ୍ବରେ ଜଣେ ଅତିରିକ୍ତ ଏସପିଙ୍କ ସହ ୫ ଡିଏସପି, ୮ ଇନ୍ସପେକ୍ଟର, ୨୦ ଏଏସଆଇ ଏବଂ ଏସଆଇ, ପାଞ୍ଚ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ଆଣ୍ଟି ସବୋଟାଜ୍ ଚେକିଂ ବ୍ୟବସ୍ଥାକୁ ମଧ୍ୟ ଜୋରଦାର କରାଯିବ। ତେବେ ୨୧ ଦିନ ବ୍ୟାପୀ ବାହାର ଚନ୍ଦନଯାତ୍ରା ବେଳେ ବାଣ ଫୁଟାଯିବନି। ବାଣ ଫୁଟାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ।
ପୁରୀ ଚନ୍ଦନ ଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀରେ ଫୁଟିବନି ବାଣ
By madhulekha1 Min Read
