ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଇନଭେଣ୍ଟରୀ ଆଜିଠାରୁ ଆରମ୍ଭ ହେବ। ଓଡିଆ ନବବର୍ଷରେ ମହାପ୍ରଭୁଙ୍କ ନୂଆ ରତ୍ନ ପଲଙ୍କ ବ୍ୟବହାର ହେବ। ନୂଆ ରତ୍ନ ପଲଙ୍କ ସଂସ୍କାର କରାଯିବା ପରେ ଆଜି ଏହା ବ୍ୟବହାର କରାଯିବ।ଶ୍ରୀମନ୍ଦିର ନୀଳାଦ୍ରି ମ୍ୟୁଜିୟମରେ ରହିବ ପୁରୁଣା ରତ୍ନ ପଲଙ୍କ ।ତିନୋଟି ନୂତନ ରତ୍ନ ପଲଙ୍କ ତିଆରି କରାଯାଇଛି । ଏଥିରେ ରୁପା ଆଚ୍ଛାଦିତ କରାଯାଇଛି। ତେବେ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ଅନୁଯାୟୀ ପୁରୁଣା ରତ୍ନ ପଲଙ୍କ ନୀଳାଦ୍ରି ମ୍ୟୁଜିୟମରେ ରଖାଯିବ ।
ଆଜିଠାରୁ ନୂଆ ରତ୍ନ ପଲଙ୍କରେ ଶୋଇବେ ମହାପ୍ରଭୁ
By madhulekha1 Min Read
