ଓଡ଼ିଶା ପ୍ରେମରେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ସମ୍ୱଲପୁରୀ ଶାଢୀରେ ଫଟୋସୁଟ୍ କରିଛନ୍ତି । ଯାହାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରି ସମସ୍ତଙ୍କ ମନ ମୋହିଛନ୍ତି । ଏହି ଲୁକ୍ ର କିଛି ଫଟୋ ସେୟାର କରି ମାଧୁରୀ ଲେଖିଛନ୍ତି, ”ଓଡ଼ିଶାର ସମୃଦ୍ଧ ବୟନ ପରମ୍ପରା, ଯାହାକି କାଳଜୟୀ । କେବଳ ଏହା କପଡ଼ା ନୁହେଁ, ବରଂ ପ୍ରେମ ଏବଂ ଧୈର୍ଯ୍ୟରେ ବୁଣାଯାଇଥିବା କାହାଣୀ । ଏହି ସୁନ୍ଦର ଐତିହ୍ୟକୁ ପ୍ରତିନିଧିତ୍ୱ କରିବା ନେଇ ସମ୍ମାନିତ ମନେ କରୁଛି ।” ମାଧୁରୀ ସମ୍ବଲପୁରୀ ଶାଢୀ ପିନ୍ଧି ଫଟୋ ପୋଷ୍ଟ କରିବା ମାତ୍ରେ ଏହି ଲୁକରେ ଫ୍ୟାନ୍ସ ଫିଦା ହୋଇଛନ୍ତି ଏବଂ ଫଟୋରେ ଦେଢ ଲକ୍ଷ ଲାଇକ୍ସ ରହିଛି ।ପ୍ରକାଶ ଥାଉ କି, ବଲିଉଡ ଡିଭା ମାଧୁରୀ ଦୀକ୍ଷିତ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର । ଫଳରେ ବୁଣାକାରମାନଙ୍କ ହାତ ତିଆରି କାରିଗରୀକୁ ନେଇ ବିଦେଶରେ ପ୍ରଚାର କରିବେ ଧକ ଧକ ଗର୍ଲ ମାଧୁରୀ ଦୀକ୍ଷିତ । ଗତବର୍ଷ ଅଗଷ୍ଟ 7ରେ ଓଡ଼ିସା ହସ୍ତତନ୍ତ ଦିବସ ଅବସରରେ ଏହି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ସମ୍ବଲପୁରୀ ଶାଢୀ ଓଡ଼ିଆ ଘରେ ଘରେ ଏହା ବେଶ ଲୋକପ୍ରିୟତା ଅର୍ଜନ କରିଛି । ସେହିପରି ଓଡ଼ିଶା ମଧ୍ୟ ଉତ୍କୃଷ୍ଟ ହସ୍ତତନ୍ତ ପାଇଁ ଜଣାଶୁଣା, ଯେଉଁଥିରେ ଇକତ ଏବଂ ସମ୍ବଲପୁରୀ ବୁଣାକାର୍ଯ୍ୟ ସାମିଲ । ଏହି ବୁଣାକାର୍ଯ୍ୟ ସେମାନଙ୍କର ବିସ୍ତୃତ ଢାଞ୍ଚା ଏବଂ ଉଜ୍ଜ୍ଵଳ ରଙ୍ଗ ପାଇଁ ପ୍ରସିଦ୍ଧ, ଯାହା ଏଗୁଡ଼ିକୁ ଭାରତର ସାଂସ୍କୃତିକ ବସ୍ତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କରିଥାଏ ।
ଓଡ଼ିଶା ପ୍ରେମରେ ମାଧୁରୀ ଦୀକ୍ଷିତ; ସମ୍ୱଲପୁରୀ ଶାଢୀରେ କଲେ ଫଟୋସୁଟ୍
By madhulekha1 Min Read
