“3 idiots” ଫିଲ୍ମର ସିକ୍ୱେଲକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ମିଡିଆ ରିପୋର୍ଟ ଅନୁଯାୟୀ, ରାଜକୁମାର ହିରାନୀ ୧୫ ବର୍ଷ ପରେ ଏହି ଫିଲ୍ମର ସିକ୍ୱେଲ୍ ପ୍ରସ୍ତୁତ କରୁଛନ୍ତି । ଏହା ନିଶ୍ଚିତ ଭାବରେ ସେହି ଦର୍ଶକଙ୍କ ପାଇଁ ଖାସ୍, ଯେଉଁମାନେ “ଥ୍ରୀ ଇଡିଅଟ୍ସ”ର ସିକ୍ୱେଲକୁ ଚାହିଁ ରହିଛନ୍ତି ।ଏହି ଫିଲ୍ମଟି ତିନି ଜଣ ଇଞ୍ଜିନିୟରଙ୍କ କାହାଣୀ ଉପରେ ଆଧାରିତ । ଆମିର ଖାନ, ଆର.ମାଧବନ ଏବଂ ଶର୍ମନ ଯୋଶୀ ଏହି ଫିଲ୍ମରେ ଅଭିନୟ କରିଥିଲେ । କରୀନା କପୁର ଖାନ ମଧ୍ୟ ଏକ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ପିଙ୍କଭିଲାର ଏକ ରିପୋର୍ଟ ଅନୁଯାୟୀ, ରାଜକୁମାର ହିରାନୀ “3 idiots 2” ରିଲିଜ୍ କରିବାକୁ ଯୋଜନା କରୁଛନ୍ତି । ସ୍କ୍ରିପ୍ଟ ଶେଷ ହୋଇଯାଇଛି । ସିକ୍ୱେଲ ପାଇଁ ପୂରା ଟିମ୍ ଉତ୍ସାହିତ ଅଛି ।ଆମିର ଖାନ, ମାଧବନ ଏବଂ ଶର୍ମନ ଯୋଶୀଙ୍କ ବ୍ୟତୀତ, କରୀନା କପୁର ମଧ୍ୟ ଦ୍ୱିତୀୟ ଭାଗରେ ଦେଖାଯାଇପାରନ୍ତି । ୧୫ ବର୍ଷ ପରେ, ଆମିର ଖାନ ଏବଂ କରୀନା କପୁର ପୁଣିଥରେ ବଡ଼ ପରଦାରେ ଏକାଠି ନଜର ଆସିବେ । ଫିଲ୍ମର ସୁଟିଂ ଆସନ୍ତା ବର୍ଷ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ତେବେ ନିର୍ମାତାଙ୍କ ଦ୍ୱାରା ବର୍ତ୍ତମାନ କୌଣସି ସ୍ପଷ୍ଟ କରାଯାଇ ନାହିଁ ।
“3 idiots” ଫିଲ୍ମର ସିକ୍ୱେଲକୁ ନେଇ ଏକ ବଡ଼ ଖବର
By madhulekha1 Min Read
