ଗୁଜରାଟର ଭାବନଗରରେ ବାହାଘର ପାଇଁ ବେଦୀ ସଜାହେବା ବଦଳରେ ସେଠି କୋକେଇ ସଜା ହୋଇଛି । ବିବାହକୁ ନେଇ ଯେଉଁଠି ଖୁସିର ମାହୋଲ ଥିଲା ସେଠି ଦୁଃଖ-ଶୋକ ଖେଳିଯାଇଛି ।ଜଣେ ୨୪ ବର୍ଷୀୟ ଯୁବତୀଙ୍କୁ ତାଙ୍କ ବିବାହର ୧ ଘଣ୍ଟା ପୂର୍ବରୁ ହତ୍ୟା କରିଛି ବର । ଶାଢୀ ଓ ଟଙ୍କାକୁ ନେଇ ବଚସା ହେବାରୁ ଏପରି କରୁଣ ପରିଣିତି ଘଟିଛି ।ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସୋନି ଓ ସଜନ ବିବାହ ପୂର୍ବରୁ ପ୍ରାୟ ଦେଢବର୍ଷ ହେବ ଏକାଠି ରହୁଥିଲେ । ପରିବାର ବିରୋଧରେ ଯାଇ ସେମାନେ ଏକାଠୀ ରହୁଥିଲେ । ସେମାନଙ୍କ ନିର୍ବନ୍ଧ ସରିଥିଲା । ବିବାହ ପ୍ରସ୍ତୁତି ଚାଲିଥିଲା । ପ୍ରାୟ ସମସ୍ତ ରୀତିନୀତି ସମାପ୍ତ ହୋଇଥିଲା । ଶନିବାର ରାତିରେ ସେମାନଙ୍କର ବିବାହ ହେବାର ଥିଲା । ହେଲେ ବିବାହ ନୁହେଁ ହତ୍ୟାକାଣ୍ଡ ଘଟିଲା । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ସଜନ ବିରୋଧରେ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିଛି ପୁଲିସ୍ ।
ବିବାହର କିଛି ଘଣ୍ଟା ପୂର୍ବରୁ କନ୍ୟାକୁ ହତ୍ୟା କଲା ବର
By madhulekha1 Min Read
