ଯଦି ଆପଣ ମଧ୍ୟ ଚା ଏବଂ ବିସ୍କୁଟ ଏକାଠି ଖାଇବାକୁ ପସନ୍ଦ କରନ୍ତି ତେବେ ବିସ୍କୁଟରେ ପ୍ରଚୁର ପରିମାଣରେ ରିଫାଇନ୍ଡ ମଇଦା, ଖରାପ ଫ୍ୟାଟ ଏବଂ ଚିନି ରହିବା ସହ ଚା’ରେ ମଧ୍ୟ କଫିନ୍ ଏବଂ ଚିନି ଥାଏ । ତେଣୁ ଯଦି ଆପଣ ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଖାଆନ୍ତି ତେବେ ଏହାଦ୍ୱାରା ଆପଣ ମୋଟା ହୋଇପାରନ୍ତି । ଏହାକୁ ଖାଇବା ଦ୍ୱାରା ଗ୍ୟାସ୍, ଏସିଡିଟି ଏବଂ ବ୍ଲୋଟିଂ ହୋଇଥାଏ । କାରଣ ଏଥିରେ ଥିବା ରିଫାଇନ୍ଡ ମଇଦା, ଚିନି ଓ ଫ୍ୟାଟ ଶୀଘ୍ର ହଜମ ହଜମ ହୁଏ ନାହିଁ ଏବଂ ଏହା ହଜମ ପ୍ରକ୍ରିୟା ଉପରେ ପ୍ରଭାବ ପକାଇଥାଏ ।ଏହାକୁ ଖାଇବା ଦ୍ୱାରା ହଠାତ୍ ସୁଗାର ଲେବଲ ବଢିଯାଏ । ସେଥିପାଇଁ ଡାଇବେଟିସ୍ ଓ ଥାଏରୟଡ ରୋଗୀ ଚା’ ବିସ୍କୁଟ ଖାଇବା ଆଦୌ ଉଚିତ ନୁହେଁ ।ଚା-ବିସ୍କୁଟ ଖାଇବା ଦ୍ୱାରା ମଧ୍ୟ ଓଜନ ବଢ଼ିବା ଭଳି ସମସ୍ୟା ଦେଖାଦେଇଥାଏ। ଏହା ଶରୀରକୁ ଅଧିକ ପୋଷକ ତତ୍ତ୍ୱ ଦେଇନଥାଏ କିନ୍ତୁ ଚର୍ବି ଜମା କରିଥାଏ । ଏହା ମେଟାବୋଲିଜିମ୍ କୁ ମଧ୍ୟ ସ୍ଲୋ କରିଦେଇଥାଏ, ଯାହା ଓଜନ ବୃଦ୍ଧି କରିଥାଏ । ଚା’ ଏବଂ ବିସ୍କୁଟ ଉଭୟରେ ସୁଗାର ରହିବା କାରଣରୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମ୍ କରିଥାଏ ।ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଯଦି ଆପଣ ଚା ସହିତ କିଛି ଖାଇବାକୁ ଚାହୁଁଛନ୍ତି, ତେବେ ମଖାନା ହେଉଛି ସର୍ବୋତ୍ତମ ବିକଳ୍ପ । ଏହା ବ୍ୟତୀତ ଆପଣ ଭଜା ବୁଟ, ଚିନାବାଦାମ କିମ୍ବା ଘରେ ପ୍ରସ୍ତୁତ କୌଣସି ସ୍ୱାସ୍ଥ୍ୟକର ଜଳଖିଆ ଖାଇପାରିବେ ।
Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମ ର୍ଶ ଗ୍ରହଣ କରନ୍ତୁ।
