ବାପାଙ୍କ ଦେହାନ୍ତରେ ଭାଙ୍ଗିପଡିଛନ୍ତି ସିଦ୍ଧାର୍ଥ ମଲହୋତ୍ରା । ଗତ ୧୪ ଫେବୃଆରୀରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ବାପା ସୁନୀଲ ମଲହୋତ୍ରା ଦିଲ୍ଲୀରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।ସିଦ୍ଧାର୍ଥ କହିଥିଲେ ଯେ, ‘‘ବାପା ଅନେକ ଦିନ ଧରି ଅସୁସ୍ଥ ଥିଲେ । ମା’ ହିଁ କେବଳ ବାପାଙ୍କର ଯତ୍ନ ନେଉଥିଲେ । ବାପାଙ୍କ ଅବସ୍ଥା କଥା ମା’ ମତେ ଅନେକ ଦିନରୁ ଲୁଚାଇଥିଲେ । ତେଣୁ ଅନେକ ଥର ରାଗିଯାଇ ମା’ଙ୍କ ପ୍ରତି କଠୋର ହୋଇଯାଉଥିଲି । ଏବେ କିନ୍ତୁ ମୁଁ ଲଜ୍ଜିତ । କାହିଁକିନା ମୁଁ ତାଙ୍କର ତ୍ୟାଗକୁ ଠିକ୍ ଭାବେ ବୁଝିପାରି ନଥିଲି । ଏବେ ମୁଁ ଅନୁଭବ କରୁଛି ଯେ ତାଙ୍କୁ ଭଲପାଇବା ସହିତ ବାପାଙ୍କର ଚିକିତ୍ସା କରିବା ଜରୁରୀ ଥିଲା ।’’
ସିଦ୍ଧାର୍ଥଙ୍କ ବାପା ମର୍ଚ୍ଚାଣ୍ଟ ନେଭିରେ ଜଣେ କ୍ୟାପ୍ଟେନ୍ ଥିଲେ । ତାଙ୍କ ବାପା ପାରାଲିସିସ୍ ହେବାରୁ ହ୍ବିଲଚେୟାର ବ୍ୟବହାର କରୁଥିଲେ । ‘ଯୋଦ୍ଧା’ ଫିଲ୍ମର ସ୍କ୍ରିନିଂ ସମୟରେ ସିଦ୍ଧାର୍ଥ ତାଙ୍କ ବାପାଙ୍କ ଯତ୍ନ ନେଉଥିଲେ । ବିବାହ ପରେ ଦମ୍ପତି ସୁନୀଲ ମଲହୋତ୍ରାଙ୍କର ମଧ୍ୟ ଦେଖାଶୁଣା କରୁଥିଲେ । ଏହା ବ୍ୟତୀତ ସିଦ୍ଧାର୍ଥ ଏବଂ କିଆରା ତାଙ୍କ ବାପା ସୁନୀଲଙ୍କ ସହିତ ଅନେକ ପୋଜ୍ ଦେଇ ଫଟୋ ଉଠାଇଥିବା ଦେଖିବାକୁ ମିଳିଥିଲା ।
