ବଲିଉଡ ଷ୍ଟାର ରଣବୀର ସିଂଙ୍କୁ କୋଟି କୋଟି ଟଙ୍କା ଦାବି ସହ ମିଳିଛି ଧମକପୂର୍ଣ୍ଣ ହ୍ୱାଟ୍ସ ଆପ୍ କଲ । ହ୍ୱାଟସଆପ୍ ଭଏସ୍ ନୋଟରେ ଏହି ଧମକପୂର୍ଣ୍ଣ ବାର୍ତ୍ତା ମିଳିଛି। ଧମକ ମିଳିବା ପରେ ରଣବୀର ତୁରନ୍ତ ମୁମ୍ବାଇ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ପକ୍ଷରୁ ରଣବୀରଙ୍କ ବାସଭବନ ଓ ହାଉସିଂ ସୋସାଇଟି ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।ସୂଚନାଥାଉକି, ଏହା ପୂର୍ବରୁ ରବିବାର ଫିଲ୍ମ ନିର୍ମାତା ରୋହିତ ସେଟ୍ଟୀଙ୍କ ଘର ବାହାର ମଧ୍ୟରେ ଫାୟାରିଂ ହୋଇଥିଲା। ଏହି ଗୁଳିକାଣ୍ଡ ପାଇଁ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଥିଲା। ଏହି ଘଟଣାରେ ପୁନେ ପୋଲିସ ୫ ଜଣକୁ ଅଟକ ରଖିଛି।
