ଚଳିତ ନୂଆ ବର୍ଷ ଫିଲ୍ମପ୍ରେମୀଙ୍କ ପାଇଁ ଏଣ୍ଟରଟେନମେଣ୍ଟରେ ପରିପୂର୍ଣ୍ଣ ହେବ । YRF ‘‘ମର୍ଦ୍ଦାନୀ ୩’’ ଟ୍ରେଲର ରିଲିଜ୍ କରିଥିବାବେଳେ ଜାନୁଆରୀ ୩୦ ତାରିଖରେ ଫିଲ୍ମଟି ରିଲିଜ୍ ହେବ। ଯେଉଁଥିରେ ରାଣୀ ମୁଖାର୍ଜୀ ଇନ୍ସପେକ୍ଟର ଶିବାନୀ ଶିବାଜୀ ରାୟ ଭାବରେ ପୁଣି ନଜର ଆସିବେ। ଏହି ଫିଲ୍ମରେ ଶିବାନୀଙ୍କୁ ଜଣେ ପୁରୁଷଙ୍କ ବିରୋଧରେ ନୁହେଁ ବରଂ ମହିଳାଙ୍କ ସହିତ ମୁକାବିଲା କରୁଥିବାର ଦେଖିବାକୁ ମିଳିବ ।
ଏହି ଫିଲ୍ମରେ ଭିକ ମାଗିବା ଏବଂ ଚାଇଲ୍ଡ ଟ୍ରାକିଂ ଗ୍ୟାଙ୍ଗ ବିରୋଧୀ ମିଶନରେ ଶିବାନୀଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଏହି ଟ୍ରେଲରରେ ଭିକାରୀ ମାଫିଆ ଗ୍ୟାଙ୍ଗର ଭାବେ ଜଣେ ମହିଳା ଅମ୍ମା ଚରିତ୍ରରେ ନଜର ଆସିଛନ୍ତି । ଏହି ଅମ୍ମା ଭୂମିକାରେ ମଲ୍ଲିକାଙ୍କ ଅଭିନୟର ଝଲକ ଦେଖିବାକୁ ମିଳିଛି ।
