ହାଇଦ୍ରାବାଦ କ୍ୟାଫେ ସାମ୍ନାରେ ପୁଣି ଥରେ ଷ୍ଟାରଡମ୍ ପାଇଁ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ଗତକାଲି ଅଲ୍ଲୁ ଅର୍ଜୁନ ତାଙ୍କ ପତ୍ନୀ ସ୍ନେହା ରେଡ୍ଡୀଙ୍କ ସହ ଡିନର ପାଇଁ ଯାଇଥିଲେ । କିନ୍ତୁ ତାଙ୍କୁ ଦେଖିବା ପାଇଁ ଚାରି ପାଖରେ ଭିଡ଼ ଜମି ଯାଇଥିଲା । ଏମିତି ପରିସ୍ଥିତି ପରେ ତାଙ୍କ ପତ୍ନୀ ଭୟଭୀତ ହୋଇଯାଇଥିଲେ ।ଅଲ୍ଲୁ ଅର୍ଜୁନ ଗୋଟିଏ ଫିଲ୍ମ ଇଭେଣ୍ଟ ପାଇଁ ହାଇଦ୍ରାବାଦରେ ପହଞ୍ଚିଥିଲେ । ଇଭେଣ୍ଟ ସରିବା ପରେ ସେ ତାଙ୍କ ପତ୍ନୀଙ୍କ ସହ ନିରଳାରେ ସମୟ କାଟିବାକୁ ଇରାଦେର ହାଇଟେକ୍ ସିଟି ସ୍ଥିତ ନୀଲୋଫର କ୍ୟାଫେ ଯାଇଥିଲେ । କିନ୍ତୁ ସେମାନେ ଶାନ୍ତିରେ ସମୟ ବିତାଇ ପାରିନଥିଲେ । ଅଲ୍ଲୁ ଅର୍ଜୁନ କ୍ୟାଫେରେ ଥିବା କଥା ଜାଣିବା ମାତ୍ରେ ତାଙ୍କ ପ୍ରଶଂସକମାନଙ୍କର ଭିଡ଼ ଜମିଥିଲା । ସେହି ସ୍ଥାନରେ ପରିସ୍ଥିତି ତୁରନ୍ତ ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା । ଯାହାଫଳରେ ପତ୍ନୀ ସ୍ନେହାଙ୍କ ହାତ ଧରି ଭିଡ଼ ଦେଇ ଚାଲୁଥିବା ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ଏବେ ଭାଇରଲ ହେଉଛି ।
ଅଲ୍ଲୁ ଅର୍ଜୁନ ଏବଂ ପତ୍ନୀ ସ୍ନେହାଙ୍କୁ ଦେଖିବା ପାଇଁ ଫ୍ୟାନ୍ସଙ୍କ ଠେଲାପେଲା, ହାତ ଯୋଡ଼ି ଅନୁରୋଧ କଲେ ଅଲ୍ଲୁ
By madhulekha1 Min Read
