ବଢ଼ିଲା କଟକ ବାଲିଯାତ୍ରା ପ୍ଲଟ ଆବଣ୍ଟନ ଅବଧି। । କାଲି ପ୍ଲଟ ଆବଣ୍ଟନର ଶେଷ ତାରିଖ । ବର୍ତ୍ତମାନ ସୁଦ୍ଧା ୧୩ଶହରୁ ଉର୍ଦ୍ଧ୍ବ ପ୍ଲଟ୍ ପଞ୍ଜୀକରଣ ଶେଷ ହୋଇସାରିଛି । ଏଥର ବାଲିଯାତ୍ରାରେ ଉପର ପଡିଆରେ ୫୦୦ରୁ ଊର୍ଦ୍ଧ୍ବ ଷ୍ଟଲ ହେବାକୁ ଥିବାବେଳେ ତଳ ପଡ଼ିଆରେ ୧୫ଶହରୁ ଉର୍ଦ୍ଧ୍ବ ଷ୍ଟଲ ରହିଛି । ସେହିପରି ଆସନ୍ତା ମାସ ୨ତାରିଖ ରୁ ୧୦ ତାରିଖ ପର୍ଯ୍ୟନ୍ତ ନିଲାମ ପ୍ରକ୍ରିୟା ଚାଲିବ । ବାଲିଯାତ୍ରା ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ ।ଏହି ଦୁଇଟି ପଡ଼ିଆରେ ମୋଟ ୨୦୦୦ରୁ ଅଧିକ ଷ୍ଟଲ୍ ମାଧ୍ୟମରେ ବ୍ୟବସାୟୀମାନେ ନିଜ ସାମଗ୍ରୀ ବିକ୍ରି କରିବାର ସୁଯୋଗ ପାଇବେ । ଏଥିପାଇଁ ପ୍ଲଟ୍ ଆବଣ୍ଟନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ।
