ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟକୁ ନେଇ ଆଇନଜୀବୀଙ୍କ ଅସନ୍ତୋଷ । ଆସନ୍ତା ଅକ୍ଟୋବର ୧ ତାରିଖରୁ ହାଇକୋର୍ଟ ବାର୍ ଆସୋସିଏସନ୍ର ଆଇନଜୀବୀମାନେ କୋର୍ଟ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ମଞ୍ଜୁରୀ ପ୍ରାପ୍ତ ବିଚାରପତିଙ୍କ ସଂଖ୍ୟା 33 ଥିବା ବେଳେ ହାଇକୋର୍ଟରେ ଅଛନ୍ତି ମାତ୍ର 15 ଜଣ ବିଚାରପତି ।ସେହିପରି ଅକ୍ଟୋବର ଏବଂ ନଭେମ୍ବର ମାସରେ ଦୁଇ ଜଣ ବିଚାର ପତି ଅବସର ନେବେ । ଯାହାଫଳରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା 13ରେ ପହଞ୍ଚିବ। ବଡ଼ କଥା ହେଉଛି ବର୍ତ୍ତମାନ ଏକ ଲକ୍ଷ 70 ହଜାରରୁ ଅଧିକ ମାମଲା ହାଇକୋର୍ଟରେ ବିଚାରଧୀନ ରହିଛି । ବିଚାରପତିଙ୍କ ସଂଖ୍ୟା କମୁ ଥିବାରୁ ମାମଲାର ଶୁଣାଣିରେ ଏହାର ପ୍ରଭାବ ଗୁରୁତ୍ୱର ଭାବରେ ପଡିଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ଓଡିଶା ହାଇକୋର୍ଟ ବାର ଆସୋସିଏସନ ।ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
