ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରିଲ୍-ପ୍ରେମୀ ଜେନ୍-ଜିଙ୍କୁ ସୋସିଆଲ ମିଡିଆ ରିଲକୁ ନେଇ ଏକ ବଡ଼ କଥା କହିଛନ୍ତି । ସେ ଯୁବପିଢିଙ୍କୁ ଅପିଲ୍ କରି କହିଛନ୍ତି ଯେ “ରିଲ୍ ଯୁଗରେ” ସେମାନେ ମନେ ରଖିବା ଉଚିତ ଯେ “ସର୍ଟକଟ୍ ସେମାନଙ୍କୁ ସର୍ଟ କରିଦେବ “। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ‘ଟ୍ରାୟମ୍ଫ୍ ଅଫ୍ ଦି ଇଣ୍ଡିଆନ୍ ରିପବ୍ଲିକ୍: ମାଇଁ ଲାଇଫ୍, ମାଇଁ ଷ୍ଟ୍ରଗଲ୍ସ’ର ଉନ୍ମୋଚନ ଅବସରରେ ସେ ଯୁବକମାନଙ୍କୁ ଆତ୍ମଜୀବନୀ ପଢ଼ିବାକୁ ଅନୁରୋଧ କରିଛନ୍ତି । ସଂକଳ୍ପ କିପରି ଜଣେ ବ୍ୟକ୍ତିଙ୍କୁ ପ୍ରତିକୂଳ ପରିସ୍ଥିତିକୁ ପାର କରି ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ପହଞ୍ଚାଇଥାଏ ସେ ବିଷୟରେ କୋବିନ୍ଦଙ୍କ ଜୀବନର ଉଦାହରଣ ଦେଇଛନ୍ତି । ସର୍ଟକଟ୍ଠାକୁ ସତର୍କ ରହିବାକୁ ଅପିଲ୍ କରିଛନ୍ତି । ମୋଦୀ କହିଛନ୍ତି ଯେ, ରେଳଷ୍ଟେସନରେ କିଛି ଲୋକ ପାଦଚଲା ପୋଲ ବ୍ୟବହାର କରିବା ପରିବର୍ତ୍ତେ ରେଳ ଟ୍ରାକ ପାର କରନ୍ତି କାରଣ ସେମାନେ ଏହାକୁ ଏକ ସର୍ଟକଟ୍ ଭାବରେ ଦେଖନ୍ତି। କିନ୍ତୁ ସର୍ଟକଟ୍ ତୁମ ଜୀବନକୁ ଛୋଟ କରିଦେବ। ସର୍ଟକଟ୍ ପ୍ରତି ସାବଧାନ ଓ ଇନଫ୍ଲୁଏନ୍ସର୍ଙ୍କ ଠାରୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।
