ଭିତରକନିକା ଆରମ୍ଭ ହେବାକୁ ଯାଉଛି ପାଇଲଟ୍ ପ୍ରୋଜେକ୍ଟ । ନଦୀରେ ଖୁବଶୀଘ୍ର ଚାଲିବ EV ବୋଟ୍ । ପ୍ରଥମ ପର୍ଯ୍ୟାୟରେ ୫କୋଟି ଟଙ୍କା ବ୍ୟୟ କରାଯାଇ ୫ଟି ବୋଟ୍ ଚଳାଇବାକୁ ଯାଉଛନ୍ତି ସରକାର । ଗୁପ୍ତି ,ଖୋଳା, ଡାଙ୍ଗମାଳ, ଚାନ୍ଦବାଲି ନଦୀ ପ୍ରବେଶ ପଥ ଦେଇ ପର୍ଯ୍ୟଟକଙ୍କୁ ନଦୀ ନାଳରେ ବୁଲେଇବା ପାଇଁ ୨୧ଟି ସରକାରୀ ବୋଟ୍ ଥିବାବେଳେ ୬୦ଟି ଘରୋଇ ବୋଟ୍ ରହିଛି । ଭିତରକନିକା ନଦୀରେ ଡିଜେଲ ଓ ପେଟ୍ରୋଲ ଦ୍ଵାରା ଚାଲୁଥିବା ବୋଟରୁ ଶବ୍ଦ ଓ ବାୟୁ ପ୍ରଦୂଷଣ ଭିତରକନିକାର ବନ୍ୟଜନ୍ତୁଙ୍କ ଉପରେ ପ୍ରଭାବ ପକାଇଥାଏ । ଏଥିପାଇଁ ସରକାର ଇଭି ବୋଟ୍ ଚଲାଇବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଯେଉଁମାନେ ଇଭି ବୋଟ୍ କିଣିବା ପାଇଁ ଚାହିଁବେ ସରକାର ୫୦ ପ୍ରତିଶତ ଟଙ୍କା ଅର୍ଥାତ ୫୦ ଲକ୍ଷ ଟଙ୍କା ସବସିଡ ଆକାରରେ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ୧୦ ଓ ୧୨ ଲକ୍ଷ ଟଙ୍କାରେ ଛୋଟ ଇଭି ବୋଟ୍ ସବସିଡି ରେ ଦେଲେ ଚଲାଇବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଘରୋଇ ବୋଟ୍ ମାଲିକ ମାନେ ।ଏହି ଖବର ଅନ୍ୟଙ୍କୁ ସେୟାର କରନ୍ତୁ
