ପ୍ରତିପଦା ବା ପ୍ରଥମ ଦିନ, କଳସ ସ୍ଥାପନ। ଏହି ଦିନ ମା ଦୁର୍ଗାଙ୍କର ଶୈଳପୁତ୍ରୀ ସ୍ୱରୂପରକୁ ପୂଜା କରାଯାଏ। ପର୍ବତ ରାଜ ହିମାଳୟଙ୍କ ଘରେ ପୁତ୍ରୀ ରୂପେ ଜନ୍ମ ନେବାରୁ ତାଙ୍କୁ ଶୈଳପୁତ୍ରୀ କୁହାଯାଏ। ନବରାତ୍ରିର ପ୍ରଥମ ଦିନରେ ଏହି ଦେବୀଙ୍କୁ ହିଁ ପୂଜା କରାଯାଏ। ଏହି ଦିନରେ କମଳା ରଙ୍ଗ ଶୁଭ। ତେବେ ଦ୍ୱିତୀୟାରେ ମହାନବରାତ୍ରୀର ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରୀଣିଙ୍କ ଉପାସନା କରାଯାଏ। ମାଆ ଦୁର୍ଗାଙ୍କର ଏହି ସ୍ୱରୂପକୁ ପୂଜା କଲେ ଭକ୍ତଙ୍କୁ ସର୍ବ ସିଦ୍ଧି ଓ ବିଜୟ ଲାଭ ହୋଇଥାଏ। ମାଆ ବ୍ରହ୍ମଚାରୀଣିଙ୍କ ଉପାସନାରୁ ମନୁଷ୍ୟ ମଧ୍ୟରେ ତପସ୍ୟା, ତ୍ୟାଗ, ସଦାଚାର, ଓ ସହନଶୀଳତାର ବୃଦ୍ଧି ହୋଇଥାଏ। ଏହି ଦିନ ସବୁଜ ପୋଷାକର ମହତ୍ତ୍ୱ ରହିଛି। ଆଉ ତୃତୀୟା ଦିନ ମା’ଙ୍କର ଚନ୍ଦ୍ରଘଣ୍ଟା ସ୍ୱରୂପର ପୂଜା କରାଯାଏ। ଚନ୍ଦ୍ରଘଣ୍ଟାଙ୍କର ପୂଜା କଲେ ଭକ୍ତଙ୍କ ମଧ୍ୟରେ ବୀରତା-ନିର୍ଭୟତା ଓ ବିନମ୍ରତାର ବିକାଶ ହୋଇଥାଏ। ଏହି ଦିନରେ ଧୂସର ରଙ୍ଗର ମହତ୍ତ୍ୱ ରହିଛି। ତେବେ ଚତୁର୍ଥୀ ଦିନ ମା’ ଦୁର୍ଗାଙ୍କର କୁଷ୍ମାଣ୍ଡା ସ୍ୱରୂପର ପୂଜା କରାଯାଏ। ନବରାତ୍ରୀର ଚତୁର୍ଥ ଦିନରେ ମା’ ନାରଙ୍ଗୀ ରଙ୍ଗର ପୋଷାକ ପିନ୍ଧି କୁଷ୍ମାଣ୍ଡାଙ୍କର ଉପାସନା କଲେ ସମସ୍ତ ଦୁଃଖ, କଷ୍ଟ ଓ ରୋଗ ଦୂର ହେବାସହ ଯଶ, ବଳ ଓ ଆୟୁଷ ବୃଦ୍ଧି ହୋଇଥାଏ।