ରିକି କେଜ୍ଙ୍କ ‘ବ୍ରେକ୍ ଅଫ୍ ଡନ୍’ରେ ମଧ୍ୟ ବେନୁଗୋପାଲଙ୍କର ଯୋଗଦାନ ରହିଛି । ଗ୍ରାମି ନୋମିନେସନ୍ ମାଧ୍ୟମରେ ସେ ବିଶ୍ୱସ୍ତରୀୟ ସମ୍ମାନିତ ସଙ୍ଗୀତ ପ୍ରତିଭାଙ୍କ ତାଲିକାରେ ସାମିଲ ହୋଇଛନ୍ତି । ଗ୍ରାମିରେ ରିକି କେଜ୍ଙ୍କ ଯାତ୍ରା ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧିକୁ ଦର୍ଶାଏ । ୨୦୧୫ ମସିହାରେ ସେ ପ୍ରଥମ ଥର ଏହି ସମ୍ମାନାସ୍ପଦ ପୁରସ୍କାର ଲାଭ କରିଥିଲେ । ‘ୱିଣ୍ଡ୍ସ ଅଫ୍ ସମ୍ସାରା’ ଆଲବମ୍ ପାଇଁ ଉଟର କେଲରମ୍ୟାନ୍ଙ୍କ ସହ ତାଙ୍କୁ ଏହି ସମ୍ମାନ ମିଳିଥିଲା । ୨୦୨୨ ମସିହାରେ ‘ଡିଭାଇନ୍ ଟାଇଡ୍ସ’ ପାଇଁ ସେ ୨ୟ ଗ୍ରାମି ପୁରସ୍କାର ପାଇଲେ । ୨୦୨୩ ମସିହାରେ ‘ଡିଭାଇନ୍ ଟାଇଡ୍ସ’ର ଇମର୍ସିଭ ଅଡିଓ ସଂସ୍କରଣ ପାଇଁ ଶ୍ରେଷ୍ଠ ଇମର୍ସିଭ୍ ଅଡିଓ ଆଲ୍ବମ ବିଭାଗରେ ତାଙ୍କୁ ୩ୟ ଗ୍ରାମି ପୁରସ୍କାର ମିଳିଲା । ତେବେଆନ୍ତର୍ଜାତୀୟ କଳାକାର ବିୟୋନ୍ସେ, ଟେଲର ସ୍ବିଫ୍ଟ, ବିଲି ଇଲିଶ ଏବଂ ଆରିନା ଗ୍ରାଣ୍ଡେଙ୍କ ସହ ଭାରତୀୟ ବଂଶୋଦ୍ଭବ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଭାରତୀୟ ବଂଶୋଦ୍ଭବ ସଂଗୀତଜ୍ଞ ରିକି କେଜ୍ ୬୭ ତମ ଗ୍ରାମୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସେ ତାଙ୍କର ଆଲବମ ‘ବ୍ରେକ ଅଫ ଡନ’ ପାଇଁ ନୋମିନେଟ୍ ହୋଇଛନ୍ତି।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ ।