ସୋନପୁର ଜିଲା ବିନିକା ବ୍ଲକ କଂସାରୀପଡ଼ା ବାହୁଡ଼ାଯାତ୍ରାରେ ବଡ଼ ଅଘଟଣ ଘଟିଛି।ଆଜି ମହାପ୍ରଭୁଙ୍କ ସୁନାବେଶ। ଗତକାଲି ଥିଲା ବାହୁଡ଼ା ଯାତ୍ରା। ପୁରୀ ଭଳି ଅନେକ ସ୍ଥାନରେ ରଥଯାତ୍ରା ଏବଂ ବାହୁଡ଼ାଯାତ୍ରା ଖୁବ ଆଡ଼ମ୍ବରର ସହ ପାଳନ କରାଯାଇଥାଏ। ତେବେ ବର୍ତ୍ତମାନ ଏକ ଅଘଟଣ ଖବର ବିନିକାରୁ ଆସିଛି। ଏଠାରେ ରଥ ଚକାରେ ଚାପି ହୋଇଯାଇଛନ୍ତି ୬ଜଣ। ଜଣେ ନାବାଳକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତମାନଙ୍କୁ ବିନିକା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।