ରାଜଧାନୀର ଏକ ଆପାର୍ଟମେଣ୍ଟରେ ଶିଶୁକନ୍ୟାକୁ ଭୁଜାଲିରେ ହାଣିଦେବାର ଭୟ ଦେଖାଇ ଦୁର୍ବୃତ୍ତମାନେ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କଠାରୁ ଗହଣା ଲୁଟି ଫେରାର୍ ହୋଇଯାଇଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଗତକାଲି ରାତିରେ ଉଭୟଙ୍କୁ ବାନ୍ଧିଛି ପୁଲିସ।ଖବର ଅନୁଯାୟୀ, ଗତ ରବିବାର ରାତିରେ ମୈତ୍ରୀ ବିହାର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ଘଟିଥିଲା ଏହି ଘଟଣା । ଚୋରୀ କରିବା ପାଇଁ କିଛି ଲୁଟେରା ଆପାର୍ଟମେଣ୍ଟରେ ପଶିଥିଲେ । ଲୁଟ୍ ପରେ ମହିଳାଙ୍କୁ ଛୁରୀ ଦେଖାଇ ଦୁଷ୍କର୍ମ କରିଥିଲେ । ଏନେଇ ମହିଳା ଜଣଙ୍କ ମୈତ୍ରୀବିହାର ଥାନାରେ ଅଭିଯୋଗ କରିଥିଲେ ।