ରାଜ୍ୟର ବିଭିନ୍ନ ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ୧୬,୦୦୯ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ (ଯୋଜନାଭିତ୍ତିକ) ନିଯୁକ୍ତ ହେବାକୁ ଯାଉଛନ୍ତି। ଆଜି( ଶନିବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ।ମନୋନୀତ ୧୬,୦୦୯ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ ମଧ୍ୟରୁ ଅନୁଗୋଳ ଜିଲାରେ ୪୨୪, ବାଲେଶ୍ବରରେ ୬୦୦, ବରଗଡ଼ରେ ୪୭୯, ଭଦ୍ରକରେ ୨୬୦, ବଲାଙ୍ଗିରରେ ୧୦୮୦, ବୌଦ୍ଧରେ ୬୫, କଟକରେ ୮୯୩, ଦେବଗଡ଼ରେ ୨୧, ଢେଙ୍କାନାଳରେ ୫୮୩, ଗଜପତିରେ ୧୩, ଗଞ୍ଜାମରେ ୧୨୬୪, ଜଗତସିଂହପୁରରେ ୮୮, ଯାଜପୁରରେ ୮୭୨, ଝାରସୁଗୁଡ଼ାରେ ୩୮,କଳାହାଣ୍ଡିରେ ୮୧୧, କନ୍ଧମାଳରେ ୧୫୧, କେନ୍ଦ୍ରାପଡ଼ାରେ ୧୦୩୮, କେନ୍ଦୁଝରରେ ୧୩୨୯, ଖୋର୍ଦ୍ଧାରେ ୭୫୩, କୋରାପୁଟରେ ୯୨୨, ମାଲକାନଗିରିରେ ୫୫୫, ମୟୂରଭଞ୍ଜରେ ୮୨୭, ନବରଙ୍ଗପୁରରେ ୮୬୦, ନୟାଗଡ଼ରେ ୮୩, ନୂଆପଡ଼ାରେ ୨୨୧, ପୁରୀରେ ୭୩୩, ରାୟଗଡ଼ାରେ ୫୧୧, ସମ୍ବଲପୁରରେ ୨୧୮, ସୁବର୍ଣ୍ଣପୁରରେ ୧୫୭ ଏବଂ ସୁନ୍ଦରଗଡ଼ରେ ୧୬୦ ଜଣ ନିଯୁକ୍ତି ପାଇବାକୁ ଯାଉଛନ୍ତି।