ନିଜ ପସନ୍ଦର ଖେଳାଳିଙ୍କ ଝଲକ୍ ଟିକେ ପାଇବା ପାଇଁ କ୍ରିକେଟ୍ ଫ୍ୟାନ୍ସ ଅନେକ କିଛି ଭିନ୍ନ କରିଥିବା ଶୁଣିଥିବେ ଏବଂ ଦେଖିଥିବେ । ସେଥିରୁ ପୁଣି ବିରାଟ କୋହଲିଙ୍କ ଫ୍ୟାନ୍ସ ତାଙ୍କୁ ଭେଟିବା ପାଇଁ କିଛି ବି କରିବାକୁ ପଛାନ୍ତି ନାହିଁ |ସିରିଜର ପ୍ରଥମ ଟେଷ୍ଟକୁ ବଡ ବ୍ୟବଧାନରେ ଜିତି ଭାରତ ୧-୦ରେ ଆଗୁଆ ରହିଛି। ୨ୟ ଟେଷ୍ଟ ଜିତିଲେ କିମ୍ବା ମ୍ୟାଚ୍ ଡ୍ର ରହିଲେ ଭାରତ ଘରୋଇ ମାଟିରେ କ୍ରମାଗତ ୧୮ଟି ଟେଷ୍ଟ ଶୃଙ୍ଖଳା ଜିତିପାରିବ। ଭାରତ ଏବଂ ବାଂଲାଦେଶ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ବର୍ଷା ଏବଂ ଖାରପ ଲାଇଟ୍ ଯୋଗୁଁ ମାତ୍ର ୩୫ ଓଭର ଖେଳ ହୋଇଛି । ଟସ୍ ଜିତି ଭାରତ ଭ୍ରମଣକାରୀ ଦଳ ବାଂଲାଦେଶକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ୩ ୱିକେଟ୍ ହରାଇ ୧୦୭ ରନ୍ କରିଛି । ଭାରତ ପାଇଁ ଆକାଶ ଦୀପ ଦୁଇଟି ଏବଂ ଅଶ୍ୱିନ ଗୋଟିଏ ୱିକେଟ୍ ନେଇଛନ୍ତି ।