ଅଧିକ ଚିନିର ସେବନ ଦ୍ୱାରା ଦାନ୍ତ ଜନିତ ସମସ୍ୟା ସୃଷ୍ଟି କରିଥାଏ । ଚିନି ପାଟି ଓ ଦାନ୍ତରେ ବ୍ୟାକ୍ଟେରିଆ ବୃଦ୍ଧି କରିଥାଏ । ଫଳରେ ଦାନ୍ତରେ ଦାଗ ଓ ମାଢି ଜନିତ ରୋଗର କାରଣ ପାଲଟିଥାଏ ।ଏହା ପୁଣି ମୋଟାପଣ ବୃଦ୍ଧିର ପ୍ରମୁଖ କାରଣ । ଚିନିରେ କ୍ୟାଲୋରୀର ମାତ୍ରା ଅଧିକ ଥାଏ । ଏହାଦ୍ୱାରା ଓଜନ ବୃଦ୍ଧି ହୋଇଥାଏ। ଅଧିକ ଚିନି ଖାଇଲେ ମଧୁମେହ ହେବାର ସମ୍ଭାବନା ଅଧିକ ବଢି ଯାଇଥାଏ । ଚିନି ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି କରିଥାଏ। ବଡ ବିପଦ ହେଲା ଯେ ହୃଦୟ ଜନିତ ରୋଗ ହେବାର ସମ୍ଭାବନା ଅଧିକ ଥାଏ । ଚିନି ଖରାପ କୋଲେଷ୍ଟେରୋଲକୁ ବୃଦ୍ଧି କରିଥାଏ । ରକ୍ତଚାପ ମଧ୍ୟ ବୃଦ୍ଧି କରିଥାଏ । ଯାହା ହୃଦୟ ପାଇଁ କ୍ଷତିକାରକ।